Odisha Link
Bridging the Missing Links in Odisha

ସୁଗମ ହେବ ପରିବହନ ବ୍ୟବସ୍ଥା, କୋରାପୁଟରେ ଗଡ଼ିବ ଲକ୍ଷ୍ମୀ ବସ୍‌

ଓଏଲ୍‌ ବ୍ୟୁରୋ: ଆଜି ମାର୍ଗଶୀର ମାସ ତୃତୀୟ ଗୁରୁବାର। ଘରେ ଘରେ ମା ଲକ୍ଷ୍ମୀଙ୍କ ଆବାହନକୁ ନେଇ ଚଳଚଂଚଳ ପୁରପଲ୍ଲୀ। ତେବେ ଏହି ଅବସରରେ କୋରାପୁଟରେ ଗଡ଼ିବ ଲକ୍ଷ୍ମୀ ବସ୍‌। ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କୋରାପୁଟରେ ଗଡ଼ିବ ଲକ୍ଷ୍ମୀ ବସ୍‌। ଆଜି ଭିସିରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ଟି ବ୍ଲକରେ ୫୦ଟି ରୁଟ୍‌ରେ ଚାଲିବ ୪୫ଟି ଲକ୍ଷ୍ମୀବସ୍‌। ଏହି ଯୋଜନାରେ ବସ ସେବା ଆରମ୍ଭ ହେଲେ ସ୍କୁଲ ଛାତ୍ରଛାତ୍ରୀ, ମିଶନ ଶକ୍ତିର ସଦସ୍ୟ, କୃଷକ ଓ ବ୍ୟବସାୟୀଙ୍କ ସମେତ ସମାଜର ସବୁ ବର୍ଗର ଲୋକ ଉପକୃତ ହେବେ। ଏହା ଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ଆସିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Leave A Reply

Your email address will not be published.