Odisha Link
Bridging the Missing Links in Odisha

କେଜ୍ରିଓ୍ବାଲଙ୍କୁ ପୁଣିଥରେ ସମନ ଜାରି କଲା ଇଡି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ କରିଛଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତାଙ୍କୁ ଡିସେମ୍ବର ୨୧ ତାରିଖରେ ଅର୍ଥାତ୍‌ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ କେଜ୍ରିଓ୍ବାଲଙ୍କୁ ନଭେମ୍ବର ୨ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜିର ହେବାକୁ କୁହାଯାଇଥିଲା। କିନ୍ତୁ ସେ ହାଜର ହୋଇ ନଥିଲେ। ହାଜର ହେବା ପରିବର୍ତ୍ତେ ସେ ତାଙ୍କ ଦଳ ଆପ୍‌ ପାଇଁ ମଧ୍ୟପ୍ରଦେଶରେ ପ୍ରଚାର କରିଥିଲେ। ପୂର୍ବରୁ ହୋଇଥିବା ସମନକୁ ବେଆଇନ ବୋଲି କେଜ୍ରିୱାଲ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ବିରୋଧୀଙ୍କୁ ଚୁପ କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏପରି ପ୍ରତିଶୋଧ ପରାୟଣ ରାଜନୀତି କରୁଥିବା କେଜ୍ରିୱାଲ କହିଥିଲେ। ଆଜି ତାଙ୍କୁ ପୁଣି ସମନ କରାଯାଇଛି।

Leave A Reply

Your email address will not be published.