Odisha Link
Bridging the Missing Links in Odisha

ଦିନକରେ ୭୮ ସାଂସଦ ନିଲମ୍ବିତ, ଶୀତ ଅଧିବେଶନରୁ ୯୨ ସାଂସଦ ଆଉଟ୍

ଓଏଲ୍‌ ବ୍ୟୁରୋ: ଅଚଳ ହୋଇଛି ସଂସଦ। ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦର ଉଭୟ ଗୃହ ଅଚଳ ହୋଇଛି।ଯେଉଥିପାଇଁ ଲୋକସଭା ପରେ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଆଜି ଉଭୟ ଗୃହରୁ ମୋଟ ୭୮ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଏହାପୂର୍ବରୁ ଆଜି ଲୋକସଭାରେ ୩୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ସେହିପରି ଡିସେମ୍ବର ୧୪ ତାରିଖରେ ୧୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ। ଏହିପରି ଭାବେ ସଂସଦର ଶୀତକାଳୀନ ଅଧିବେଶନରେ ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

ଆଜି ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ତିନି ଥର ଗୃହ ମୁଲତବୀ ରହିଥିଲା। ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ। ଚଳିତ ବର୍ଷ ଶୀତ ଅଧିବେଶନରେ ଉଭୟ ଗୃହରୁ ୯୨ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ପ୍ରମୋଦ ତିୱାରୀ, ଜୟରାମ ରମେଶ, ଅମି ୟାଗ୍ନିକ, ନାରା୍ରଣ ଭାଇ ରାଠୱା, ଶକ୍ତି ସିଂହ ଗୋହିଲ, ରଜନୀ ପାଟିଲ, ସୁଖେନ୍ଦୁ ଶେଖର, ଦିମୁଲ ହକ, ଏନ.ଷଣମୁଗମ, ନସୀର ହୁସେନ, ଫୁଲୋଦେବୀ ନେତାମ, ଇମ୍ରାନ ପ୍ରତାପଗଢୀ ପ୍ରମୁଖ ରହିଛନ୍ତି।

ସୂଚନାଥାଉକି, ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରୁଛନ୍ତି ବିରୋଧୀ। ଆଜି ଉଭୟ ଗୃହରେ ଜୋରଦାର ବିରୋଧ କରିଥିଲା କଂଗ୍ରେସ କର୍ମୀ। ଡିସେମ୍ବର ୧୪ରେ ୧୩ ଜଣ ଲୋକସଭା ସାଂସଦ ଏବଂ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ “ଅସାମ୍ବିଧାନିକ ଆଚରଣ” ଅଭିଯୋଗରେ ସେମାନେ ନିଲମ୍ବିତ ହୋଇଥିଲେ। ବର୍ତ୍ତମାନ ସମାନ ଅଭିଯୋଗରେ ଆଉ ୪୫ ସାଂସଦ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି।

Leave A Reply

Your email address will not be published.