Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା ଗସ୍ତରେ ୫-ଟି ଅଧ୍ୟକ୍ଷ; ବିଭିନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଅଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କେନ୍ଦ୍ରାପଡ଼ା ଗସ୍ତରେ ଯାଇ ରାଜନଗର ବ୍ଲକ କେରେଡାଗଡ଼ରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଜନତାଙ୍କୁ କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ୬୦ ଦିନ ଭିତରେ ଆରମ୍ଭ ହେଲା ସେତୁ କାମ।

ନିର୍ଦ୍ଧାରିତ ସମୟ ଆଗରୁ କାମ ସାରିବାକୁ ଲକ୍ଷ୍ୟ ରହିଛି। ଏହା ସହ ସାତଭାୟା ପାଇଁ ୨୨.୫୦ କୋଟି ମଂଜୁର ହୋଇଛି। ବାୟାବାବା ମଠ ପାଇଁ ୪.୯୫ କୋଟି ମଂଜୁର ହୋଇଛି। ଜଗନ୍ନାଥ ମନ୍ଦିର ପାଇଁ ୩.୩ କୋଟି ମଂଜୁର ହୋଇଛି।

ଏହା ସହ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରୁ କେନ୍ଦ୍ରାପଡ଼ା ପାଇଁ ୧୧.୭୫ କୋଟି ମଂଜୁର ହୋଇଛି। ୬ ମାସରେ ରାଜନଗର ୧୩୫ କୋଟି ପାଇଛି ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ।

Leave A Reply

Your email address will not be published.