Odisha Link
Bridging the Missing Links in Odisha

ଗୃହରେ ହଟ୍ଟଗୋଳ: ଗୋଟିଏ ଦିନରେ ୩୧ଜଣ ସାଂସଦ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଲୋକସଭାରୁ ୩୧ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଛନ୍ତି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ବି ନିଲମ୍ବିତ ହୋଇଛନ୍ତି। ଚଳିତ ଶୀତ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଗୃହରେ ହଙ୍ଗାମା କରୁଥିବାରୁ ବାଚସ୍ପତି ଏଭଳି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଅନ୍ୟପଟେ, ପୁର୍ବରୂ ଦିନକରେ ୧୫ ବିରୋଧୀ ସାଂସଦ ସସପେଣ୍ଡ ହୋଇଥିଲେ। ନିଲମ୍ବିତ ସାଂସଦ ମଧ୍ୟରେ ଲୋକସଭାରୁ ୧୪ ଓ ରାଜ୍ୟସଭାରୁ ଜଣେ ସାଂସଦ ଅଛନ୍ତି। ଗୃହରେ ହଟ୍ଟଗୋଳ ଲାଗି ଲୋକସଭାରୁ ୧୪ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି। ଟିମଏସିର ରାଜ୍ୟସଭା ସାଂସଦ ଡେରିକ୍‌ ଓବ୍ରେନ୍ ନିଲମ୍ବିତ ହୋଇଛନ୍ତି। ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କଲେ ଅଧ୍ୟକ୍ଷ। ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ନିଲମ୍ବିତ କରାଯାଇଥିଲା।

ନିରାପତ୍ତା ଉଲ୍ଲଂଘନ ହେବା ପରେ ଗୃହରେ ହୋହଲ୍ଲା ସୃଷ୍ଟି ହୋଇଥିଲା। ତେବେ ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣାରେ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌। ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ। ଏହା ସହ ସଂସଦର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି।

Leave A Reply

Your email address will not be published.