Odisha Link
Bridging the Missing Links in Odisha

ଦୁଲୁକିବ ରାଜଧାନୀ; ଆସନ୍ତା ୨୪ ତାରିଖରେ ପଥ ଉତ୍ସବ

ଓଏଲ୍‌ ବ୍ୟୁରୋ: ଦୁଲୁକିବ ରାଜଧାନୀ, ଝୁମିବେ ଜନତା। ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିନକୁ ଅନାଇ ବସିଥାନ୍ତି ଭୁବନେଶ୍ୱର ବାସୀ। ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ରାଜଧାନୀ ବାସିନ୍ଦା। ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଂଚ ନିର୍ମାଣ ହେବାକୁ ବୈଠକରେ ନିଷ୍ପତି ହୋଇଛି।

ଚଳିତ ବର୍ଷ ୩ଗୋଟି ଜୋନ୍‌ରେ ଏହି ପଥ ଉତ୍ସବ ଅନୁଷ୍ଠିତ ହେବ।ମାଷ୍ଟରକ୍ୟାଣ୍ଟିନ ଠାରେ ମୁଖ୍ୟମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ଵିତୀୟ ମଂଚ ନିର୍ମାଣ ହେବାକୁ ବୈଠକରେ ନିଷ୍ପତି ହୋଇଛି। ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍‌କି ଏଥିରେ ଅଂଶ ଗ୍ରହଣ କରିବେ। ବିଗତ ବର୍ଷଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତି ଧ୍ୟାନ ଦିଆଯିବାର ଲକ୍ଷ୍ୟ ରଖିଚି ବିଏମ୍ସି। ଆସନ୍ତା ୨୪ ତାରିଖ ରବିବାର ଅର୍ଥାତ୍ ବଡଦିନ ପୂର୍ବରୁ ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଅନୁଷ୍ଠିତ ହେବ।

Leave A Reply

Your email address will not be published.