Odisha Link
Bridging the Missing Links in Odisha

ଉପରାଷ୍ଟ୍ରପତିଙ୍କୁ ଅପମାନସୂଚକ ଘଟଣା: ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ସଂସଦ ଇତିହାସରେ ଆଉ ଏକ ସ୍ପର୍ଶକାତର ଘଟଣା ଘଟିଥିଲା। ସଂସଦ ଧୁଆଁ କାଣ୍ଡ, ବିରୋଧୀଙ୍କ ହଙ୍ଗାମା, ଏ ସବୁ ଭିତରେ ସଂସଦ ଭବନ ବାହାରେ ପାହାଚ ଉପରେ ଉପରାଷ୍ଟ୍ରପତିଙ୍କ ନକଲ କରୁଥିଲେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ। ତମାମ ବିରୋଧୀ ସାଂସଦ ଉପସ୍ଥିତ ଥିଲେ। କଲ୍ୟାଣ ବାନାର୍ଜୀ ଅତ୍ୟନ୍ତ ଲଜ୍ଜାଜନକ ଭାବେ ଉପରାଷ୍ଟ୍ରପତିଙ୍କୁ ବିଦ୍ରୁପ କଲା ଭଳି ଆକ୍ଟିଂ କରୁଥିଲେ, ଆହୁରି ଦୁର୍ଭାଗ୍ୟଜନକ କଥା ହେଲା ଏଭଳି କାରନାମାକୁ ନିନ୍ଦା କରିବା ପରିବର୍ତ୍ତେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ମୋବାଇଲରେ ଏହାର ରେକର୍ଡିଂ କରୁଥିଲେ।

ଉପରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅସମ୍ମାନଜନକ ବ୍ୟବହାରକୁ ସବୁଆଡୁ କଡ଼ା ନିନ୍ଦା କରାଯାଉଛି। ଉପରାଷ୍ଟ୍ରପତିଙ୍କୁ ଅପମାନସୂଚକ ଘଟଣାରେ ରାଷ୍ଟ୍ରପତି ନିନ୍ଦା କରିଛନ୍ତି। ଟୁଇଟ ଯୋଗେ ଅସନ୍ତୋଷ ବ୍ୟକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପରାଷ୍ଟ୍ରପତିଙ୍କୁ ଅପମାନ ଘଟଣା ମୋତେ ନିରାଶ କରିଛି ବୋଲି ରାଷ୍ଟ୍ରପତି ଟୁଇଟ ଯୋଗେ ଉଲେଖ କରିଛନ୍ତି। ସେପଟେ ସଂସଦ ଭିତରେ କଲ୍ୟାଣ ବାନାର୍ଜୀ ଓ ରାହୁଲଙ୍କ ଆଚରଣକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କଡ଼ା ଭର୍ତ୍ସନା କରିଛନ୍ତି।

Leave A Reply

Your email address will not be published.