Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଯୋଗାଣ ଅଧିକାରୀ, ଠାବ ହେଲା ପୁଳାପୁଳା ସମ୍ପତ୍ତି

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭିଜିଲାନ୍ସ ଜାଲରେ ପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବାବେଳେ ଭୁବନେଶ୍ବର ଓ ଗଞ୍ଜାମର ୮ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପୁଳାପୁଳା ସମ୍ପତ୍ତି ଠାବ। ଚଢ଼ାଉରୁ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି। ୨ଟି ବହୁତଳ କୋଠା, ୨ଟି ଫ୍ଲାଟ ସହ ୫ଟି ପ୍ଲଟ ଠାବ କଲାଣି ଭିଜିଲାନ୍ସ। ୧.୩୭ କୋଟିର ବ୍ୟାଙ୍କ ଜମା, ୫ ଶହ ଗ୍ରାମ ସୁନା, ୧.୨୧ ଲକ୍ଷ ଟଙ୍କା ଠାବ କରାଯାଇଛି। ଏବେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ସୂଚନା ରହିଛି।