Odisha Link
Bridging the Missing Links in Odisha

ନେତାଙ୍କ ଦଳ ଡିଆଁ ପର୍ବ: ବିଜେଡିରେ ମିଶିଲେ ଶତାଧିକ ବିଜେପି କର୍ମୀ

ଓଏଲ୍‌ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ ହୋଇଛି। ଏହି ପର୍ବରେ ବିଜେଡିରେ ସାମିଲ ହେଲେ କୃଷ୍ଣପ୍ରସାଦ, ପୁରୀ ସଦର, ବ୍ରହ୍ମଗିରି ବ୍ଲକର ଶତାଧିକ ବିଜେପି କର୍ମୀ। କର୍ମୀଙ୍କୁ ସ୍ବାଗତ କଲେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ସୂଚନା ଅନୁସାରେ, ଗତ ୨୨ରେ କୋରାପୁଟର ତ୍ରିପୁରାରୀ ଗରଡ଼ାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେପି ଛାଡ଼ି ଅନେକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ତ୍ରିପୁରାରୀ ୨୦୧୯ରେ ବିଜେପିରେ ଯୋଗ ଦେଇ ତ୍ରିପୁରାରୀ ଗରଡ଼ା ପ୍ରାର୍ଥୀ ହୋଇଥିଲେ।

Leave A Reply

Your email address will not be published.