Odisha Link
Bridging the Missing Links in Odisha

ଆୟ ବହିର୍ଭୂତ ସମ୍ପତ୍ତି ପଡ଼ିଲା ମହଙ୍ଗା: ବନ୍ଧା ହେଲେ ମୁଖ୍ୟ ଯୋଗାଣ ଅଧିକାରୀ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା। ଭିଜିଲାନ୍ସ ଜାଲରେ ପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ। ରେଡ୍‌ ବେଳେ ୨ଟି ବଡ଼ କୋଠା, ୨ଟି ଫ୍ଲାଟ, ୫ଟି ପ୍ଲଟ ମିଳିଥିଲା। ୧ କୋଟି ୪୮ ଲକ୍ଷର ବ୍ୟାଙ୍କ ଜମା, ୫୩୬ ଗ୍ରାମ ସୁନା ମିଳିଥିଲା।

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବାବେଳେ ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିଲା। ଚଢ଼ାଉରୁ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି। ୨ଟି ବହୁତଳ କୋଠା, ୨ଟି ଫ୍ଲାଟ ସହ ୫ଟି ପ୍ଲଟ ଠାବ କଲାଣି ଭିଜିଲାନ୍ସ। ୧.୩୭ କୋଟିର ବ୍ୟାଙ୍କ ଜମା, ୫ ଶହ ଗ୍ରାମ ସୁନା, ୧.୨୧ ଲକ୍ଷ ଟଙ୍କା ଠାବ କରାଯାଇଛି।