ଝାରସୁଗୁଡ଼ା ଜଙ୍ଗଲରେ ବାଘ: ଟ୍ରାପ କ୍ୟାମେରାରେ କଏଦ ହେଲା ଫଟୋ

ଓଏଲ୍ ବ୍ୟୁରୋ: ଝାରସୁଗୁଡ଼ା ଜଙ୍ଗଲରେ ପୁଣି ବାଘ ଆତଙ୍କ। ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ବୁଲୁଛି। ପିକୋଲ ଜଙ୍ଗଲ ପାଖ ଗାଁ ଗୁଡିକରେ ଲୋକେ ଆତଙ୍କିତ ରହିଛନ୍ତି। ଟ୍ରାପ କ୍ୟାମେରାରେ କଲରାପତରିଆ ଫଟୋ କଏଦ ହୋଇଛି। ଗତ ୧୪ ତାରିଖରେ କଏଦ ହୋଇଛି ବାଘର ଫଟୋ। କଲରାପତରିଆ ସମ୍ପର୍କରେ ଝାରସୁଗୁଡ଼ା ଡିଏଫଓ ସୂଚନା ଦେଇଛନ୍ତି। ବାଘଟି ସୁନ୍ଦରଗଡ଼ ହିମଗିରି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।