Odisha Link
Bridging the Missing Links in Odisha

ସୁବର୍ଣ୍ଣପୁରରେ ନୂଆ ଓଡ଼ିଶା ଫେଷ୍ଟ ଅନୁଷ୍ଠିତ; ଯୁବ ଛାତ୍ରଛାତ୍ରୀଙ୍କୁ କରାଗଲା ଉତ୍ସାହିତ

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁରର ରାମେଶ୍ୱର ଷ୍ଟାଡିୟମଠାରେ ଆଜି ଯୁବ ଓଡିଶା,ନବୀନ ଓଡିଶା” ନୂଆ-ଓ” ଯୁବ ଫେଷ୍ଟର ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୧୦ ହଜାର କଲେଜ ଛାତ୍ରଛାତ୍ରୀଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି। ଏମାଟିର କାଳଜୟୀ ସନ୍ଥକବି ଭୀମଭୋଇଙ୍କ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ” ଗୀତର ସମୂହ ମାନବ ଗାନ କରାଯାଇ ଏକ ସ୍ୱତନ୍ତ୍ର ରେକର୍ଡ କରାଯାଇଛି।

ଦିବସ ବ୍ୟାପି ଯୁବ ସମାରୋହରେ ନୃତ୍ୟଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ପ୍ରତିଭା ଅନ୍ବେଷଣକୁ ନେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୁବ ମହୋତ୍ସବରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ପଦ୍ମନାଭ ବେହେରା, ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର ପ୍ରମୁଖ ଯୋଗଦେଇ ଯୁବ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.