Odisha Link
Bridging the Missing Links in Odisha

ଲିଙ୍ଗରାଜରେ ପହଞ୍ଚିଲା ପରିକ୍ରମା ନିମନ୍ତ୍ରଣ; ରାଜ୍ୟ ବାହାରକୁ ମଧ୍ୟ ଯିବ ନିମନ୍ତ୍ରଣ ପତ୍ର

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭ ଦେବସ୍ଥାନକୁ ଯିବ ନିମନ୍ତ୍ରଣ। ପ୍ରଥମ ପର୍ଯ୍ୟାୟ ନିମନ୍ତ୍ରଣ ଶେଷ ହୋଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ପରିକ୍ରମା ନିମନ୍ତ୍ରଣ। ଆଜି ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯିବ ନିମନ୍ତ୍ରଣ ପତ୍ର। ନିମନ୍ତ୍ରଣ ପାଇଁ ଯିବେ ୩୧ଟି ଟିମ୍‌।

ପ୍ରଥମେ ପ୍ରଭୁ ଲିଙ୍ଗରାଜ, ତାପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆଯିବ। ୩୦ ସୁଦ୍ଧା ନିମନ୍ତ୍ରଣ ପତ୍ର ବଣ୍ଟନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଲିଙ୍ଗରାଜରେ ପହଞ୍ଚିଲା ପରିକ୍ରମା ନିମନ୍ତ୍ରଣ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ନିମନ୍ତ୍ରଣ ଦେବ। ଉଦଘାଟନୀ ଉତ୍ସବ ପାଇଁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦିଆଯିବ। ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦିଆଯାଇଛି।

ସୂଚନା ଅନୁସାରେ, ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ, ସେନେଇ ଆଲୋଚନା କରିଥିଲେ। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସହ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି। ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ଅନୁଧ୍ୟାନ କରିବା ଗଜପତି ମହାରାଜ ସୂଚନା ଦେଇଛନ୍ତି।

Leave A Reply

Your email address will not be published.