ବିଦାୟ ନେଉଛି ୨୦୨୩; ମନେ ରହିବ ଶତାବ୍ଦୀର ସବୁଠୁ ବଡ଼ ରେଳ ଦୁର୍ଘଟଣା
ଓଏଲ୍ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ୨୦୨୩ ମସିହା, ଆଉ ଆରମ୍ଭ ହେବାକୁ ଯାଉଛି ୨୦୨୪। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମନେ ପଡେ କିଛି ଛାତି ଥରା ଘଟଣା, ଯାହାର କେବେ ପୁନରାବୃତ୍ତି ନେହେଉ ବାସ ଏତିକି କାମନା କରନ୍ତି ସମସ୍ତେ। ଏବେ ବି ମନେ ପଡେ ୨୦୨୩ ଜୁନ ୨ ତାରିଖର ଛାତି ଥରା ଖବର। ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା, ଯାହା କେହି କେବେ କଳ୍ପନା କରି ନଥିଲା। ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା।
ସୂଚନାଥାଉକି, ଜୁନ୍ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ସେଦିନ ରାତି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଲୋପ୍ ଲାଇନ୍ରେ ଛିଡ଼ା ହୋଇଥିବା ମାଲ୍ବାହୀ ଟ୍ରେନ୍କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍ ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍ ଉପରେ ପଡ଼ିଥିଲା। ଯାହାଫଳରେ ୨୯୪ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।
ମନୁଷ୍ୟକୃତ ଏ ବିଭୀଷିକା ରାଜ୍ୟ ସମେତ ପୁରା ଦେଶକୁ ଥରାଇ ଦେଇଥିଲା। ୩୦୦ ଲୋକଙ୍କର ଜୀବନ ଦୀପ ଲିଭିଗଲା। ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହୋଇ ଯାଇଥିଲା। ରାତ୍ରିର ଅନ୍ଧକାରରେ ସେ ବିକଟାଳ ଚିତ୍କାର ସମସ୍ତଙ୍କର ଛାତିକୁ ଥରାଇ ଦେଇଥିଲା। କେତେ ବାପା ମାଙ୍କୁ ସନ୍ତାନ ଶୂନ୍ୟ କରିଛି, ଯେ ଆଉ କେତେକଙ୍କୁ ଅନାଥ। ବାହାନଗା ରେଳ ଦୁର୍ଘଟଣା ସତେ ଯେପରି ପାଲଟିଥିବା ଯମଦୂତ। ପିଲା ବେଳେ ପଢ଼ିଥିବା ଏ କାହାଣୀ ଦିନେ ସତ ହୋଇଯିବ ବୋଲି କିଏ ବା ଜାଣିଥିଲା। ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା ଅଭୁଲା ସ୍ମୃତି ହୋଇ ରହିବ।