Odisha Link
Bridging the Missing Links in Odisha

ପ୍ରଥମଥର ନୀଳଗିରିକୁ ଗଡ଼ିବ ମେମୁ ଟ୍ରେନ୍; ଜାନୁଆରୀ ୫ରୁ ହେବ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୫ରୁ ନୀଳଗିରିକୁ ମେମୁ ଟ୍ରେନ। ପ୍ରଥମ ଥର ପାଇଁ ନୀଳଗିରିରୁ ଗଡ଼ିବ ମେମୁ ଟ୍ରେନ୍। ଟ୍ରେନ୍ ଚାଲିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହା ସହ ଜାନୁଆରୀ ମାସରେ ଅନେକ ନୂତନ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ସେହି କ୍ରମରେ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି।

ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭ ଦେବସ୍ଥାନକୁ ଯିବ ନିମନ୍ତ୍ରଣ। ପ୍ରଥମ ପର୍ଯ୍ୟାୟ ନିମନ୍ତ୍ରଣ ଶେଷ ହୋଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ପରିକ୍ରମା ନିମନ୍ତ୍ରଣ। ଆଜି ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯିବ ନିମନ୍ତ୍ରଣ ପତ୍ର। ନିମନ୍ତ୍ରଣ ପାଇଁ ଯିବେ ୩୧ଟି ଟିମ୍‌। ୩୦ ସୁଦ୍ଧା ନିମନ୍ତ୍ରଣ ପତ୍ର ବଣ୍ଟନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.