ଭାରତୀୟ ନୌସେନାର ବଢ଼ିଲା ଶକ୍ତି; ସାମିଲ ହେଲା ଆଇଏନଏସ୍ ଇମ୍ଫାଲ

ଓଏଲ୍ ବ୍ୟୁରୋ: ଭାରତୀୟ ନୌସେନାକୁ ସଫଳତା ମିଳିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ଜଳପଥରେ ଏବେ ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ଆଇଏନଏସ ଇମ୍ଫାଲ। ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ ଆୟୋଜିତ ସମାରୋହରେ ଆଇଏନଏସ ଇମ୍ଫାଲକୁ ନୌସେନାରେ ସାମିଲ କରାଯାଇଛି।
ଆଇଏନଏସ୍ ଇମ୍ଫାଲ ହେଉଛି ବିଶାଖପତନମ ଶୈଳୀର ତୃତୀୟ ବିଧ୍ୱସଂକ ଯୁଦ୍ଧ ଜାହାଜ। ଏହି ଯୁଦ୍ଧ ଜାହାଜରୁ ବ୍ରହ୍ମୋସ ମିଜାଇଲ ଉତକ୍ଷେପଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂ ସିନ୍ଦେ ଓ ନୌସେନାର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।
ସୂଚନା ଅନୁସାରେ, ପୂର୍ବରୁ ହେଲିକପ୍ଟରରୁ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ଡିଆରଡିଓ ସହାୟତାରେ ଭାରତୀୟ ନୌସେନା ପରୀକ୍ଷା କରାଯାଇଥିଲା। ଉଡ଼ନ୍ତା ୪୨-ବି ହେଲିକପ୍ଟରରୁ କ୍ଷେପଣାସ୍ତ୍ର ଛଡ଼ାଯାଇଥିଲା।