Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରରୁ ଆସିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପତ୍ର; ତୁଳସୀକ୍ଷେତ୍ରରେ କରାଗଲା ଭବ୍ୟ ସ୍ୱାଗତ

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସୋରରେ ଲାଗିଛି ମନ୍ଦିର ପ୍ରଶାସନ। ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ବାହାର, ଦେଶ ଭିତର ଓ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି। ଏହି କ୍ରମରେ ଆଜି ଶ୍ରୀକ୍ଷେତ୍ର ପୁରୀରୁ ସେବାୟତ ଓ ସୁଆରଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରାପଡ଼ା ଜିଲ୍ଲାର ପରମ ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବ ଜୀଉ ଏବଂ ଡେରାବିଶର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।

ପୁରୀରୁ ଆସିଥିବା ଏହି ପ୍ରତିନିଧି ଦଳରେ ଅଛନ୍ତି ରବି ନାରାୟଣ ଖୁଂଟିଆ, ଉଦୟନାଥ ମହାସୁଆର, ରାଧାଗୋବିନ୍ଦ ଖୁଂଟିଆ ଏବଂ ନୋଡାଲ ଅଫିସର ଭାବେ ସୁଶାନ୍ତ ଦାସ। ପୁରୀରୁ ଆସିଥିବା ଏହି ପ୍ରତିନିଧିମଣ୍ଡଳୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସଂକୀର୍ତନ, ଶଂଖ ଧ୍ୱନି, ହରିବୋଲ, ହୁଳହୁଳି, ଘଂଟଘଂଟା ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ଭାବମୟ ହୋଇଉଠିଥିଲା। ସିଦ୍ଧବଳଦେବଜୀଉ ଦେବୋତର ବିଭାଗ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

Leave A Reply

Your email address will not be published.