Odisha Link
Bridging the Missing Links in Odisha

ପୁରୀବାସୀଙ୍କ ପାଇଁ ଖୋଲିଲା ୪ ଦ୍ବାର: ହଟିଲା ଶ୍ରୀମନ୍ଦିର ପ୍ରବେଶ କଟକଣା!

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସୋରରେ ଲାଗିଛି ମନ୍ଦିର ପ୍ରଶାସନ। ଏହି ଉତ୍ସବର ପ୍ରସ୍ତୁତି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ପୁରୀ ସହରବାସୀଙ୍କ ପାଇଁ ଲାଗୁ ହେବନି ଶ୍ରୀମନ୍ଦିର ପ୍ରବେଶ କଟକଣା।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ବି କଟକଣା ଲାଗୁ ହେବନି। ପୁରୀବାସୀ ୪ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। କେବଳ ବିଶେଷ ଦିନଗୁଡ଼ିକରେ କଟକଣା ଲାଗୁ ହେବ ବୋଲି ସୂଚନା ରହିଛି।

Leave A Reply

Your email address will not be published.