Odisha Link
Bridging the Missing Links in Odisha

ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରିଥିଲେ, ଗିରଫ ହେଲେ ଇଡ୍‌କୋ ସିଜିଏମ

ଓଏଲ୍‌ ବ୍ୟୁରୋ: ଗିରଫ ହେଲେ ଇଡକୋ ସିଜିଏମ୍‌ ସରୋଜକାନ୍ତ ମିଶ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା।

ଗତକାଲିଠୁ ସରୋଜକାନ୍ତଙ୍କ ବିଭିନ୍ନ ଠିକଣାରେ ପ୍ରଥମେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ବେଳେ ଅନେକ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ୧୦ଟି ପ୍ଲଟ, ୨ଟି ଫ୍ଲାଟ, ୩ ମହଲା ବିଲ୍ଡିଂ ଠାବ ହୋଇଥିଲା। କେବଳ ସେତିକି ନୁହେଁ ୮୭୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ବୀମା ଟଙ୍କା ମଧ୍ୟ ଠାବ ହୋଇଥିଲା। ତାଙ୍କ ନିକଟରୁ ୨୫.୫୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିଲା। ଏହା ତାଙ୍କର ଆୟ ଠାରୁ ୧୫୫ ପ୍ରତିଶତ ଅଧିକ ବୋଲି କହିଥିଲା ଭିଜିଲାନ୍ସ।

ପ୍ରାୟ ଅଢ଼େଇ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କ ପାଖରୁ ମିଳିଛି। ଏହି ଆୟର ଉତ୍ସ ସମ୍ପର୍କରେ ସେ ସୂଚନା ନ ଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ଏସପି ଅନୁପମା ଜେମ୍ସ କହିଛନ୍ତି, ରେଡ ବେଳେ ସରୋଜଙ୍କ ୧୦ଟି ପ୍ଲଟ, ଭୁବନେଶ୍ୱରେ ୨ଟି ଫ୍ଲାଟ, ଭୁବନେଶ୍ୱରରୁ ଗୋଟିଏ ୩ ମହଲା ବିଲଡିଂ ରହିଛି।

ଶ୍ରୀ ମହାନ୍ତିଙ୍କର କଟକ,ଭୁବନେଶ୍ୱର ଓ ଯାଜପୁରସ୍ଥିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା। ୧୦ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ସମେତ ମୋଟ ୭ଟି ଟିମ୍ ଏହି ଚଢ଼ଉ କରିଥିଲେ । ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହୋଇଥିଲା

Leave A Reply

Your email address will not be published.