Odisha Link
Bridging the Missing Links in Odisha

ପୁଟିନଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ; ଅର୍ଥନୈତିକ ବିକାଶ ଉପରେ ଦୁଇ ଦେଶର ଫୋକସ୍‌

ଓଏଲ୍‌ ବ୍ୟୁରୋ: ରୁଷିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ବୈଦେଶିକ ମନ୍ତ୍ରୀ। କ୍ରେମଲିନ୍‌ରେ ପୁତିନ୍‌ ଓ ଜୟଶଙ୍କରଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି। ରୁଷିଆ ରାଷ୍ଟ୍ରପତି ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବା ସହ ମୋଦିଙ୍କୁ ରୁଷିଆ ଯିବା ପାଇଁ ନିମନ୍ତ୍ରଣ କଲେ। ଅର୍ଥନୈତିକ ବିକାଶ ଉପରେ ଦୁଇ ଦେଶର ଫୋକସ୍‌ ରହିଛି। ଏହା ସହ ଆଲୋଚନାରେ ଯୁଦ୍ଧ ପ୍ରସଙ୍ଗ ଉଠିଥିବା ଜଣା ପଡିଛି।