Odisha Link
Bridging the Missing Links in Odisha

କାଳ ସାଜିଲା କରୋନା; ଆଉ ନାହାନ୍ତି ଅଭିନେତା ବିଜୟକାନ୍ତ

ଓଏଲ୍‌ ବ୍ୟୁରୋ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଅଭିନେତା ତଥା ଡିଏମଡିକେ ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଥିଲେ। ନିକଟରେ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ। ନିଶ୍ବାସ ନେବାରେ ଅସୁବିଧା ହେଉଥିବାବେଳେ ଭେଣ୍ଟିଲେଟର ଲଗାଯାଇଥିଲା। ନଭେମ୍ବର ୨୦ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା କି, ସେ ସୁସ୍ଥ ଅଛନ୍ତି ଶୀଘ୍ର ଘରକୁ ଫେରିବେ। ମାତ୍ର ଗୁରୁବାର ଏଭଳି ଖବର ସାମନାକୁ ଆସିଥିବାବେଳେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.