Odisha Link
Bridging the Missing Links in Odisha

ବାଙ୍ଗିରିପୋଷି ଘାଟିରେ ଅଘଟଣ: ୨ଟି ଟ୍ରକ୍‌ ଓଲଟି ଜଳିଗଲେ ଡ୍ରାଇଭର

ଓଏଲ୍ ବ୍ୟୁରୋ: ବାରିପଦା ବାଙ୍ଗିରିପୋଷି ଘାଟିରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଘାଟିରେ ୨ଟି ଟ୍ରକ୍‌ ଓଲଟି ଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ସହ ଜଳିଗଲେ ଗୋଟିଏ ଟ୍ରକ୍‌ ଡ୍ରାଇଭର। ଏବେ ଯାଏଁ ଅନ୍ୟ ଟ୍ରକ୍‌ ଡ୍ରାଇଭର ନିଖୋଜ ଥିବା ସୂଚନା ରହିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି କରିଛି।