Odisha Link
Bridging the Missing Links in Odisha

ଆଜିଠୁ ଚିଲିକାରେ ପକ୍ଷୀଗଣନା

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ଆଦି ୫ଟି ରେଞ୍ଜରେ ଚାଲିଛି ଗଣନା। ଏଥିପାଇଁ ୨୧ଟି ଟିମ୍‌ ଗଠନ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ପ୍ରତିଟି ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି। ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ପକ୍ଷୀଗଣନା କାର୍ଯ୍ୟ ଚାଲୁ ରହିବ। ଜଳଭାଗରେ ୧୯ଟି ଟିମ୍‌ ଓ ସ୍ଥଳ ଭାଗରେ ୨ଟି ଟିମ୍‌ ରହି ଗଣନା ଆରମ୍ଭ କରିଛନ୍ତି। ଅତ୍ୟାଧୁନିକ ଟେକ୍ନୋଲୋଜି, ଜିପିଏସ, କ୍ୟାମେରା, ବାଇନାକୁଲାର ମାଧ୍ୟମରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି।

ସୂଚନାଥାଉକି, ପକ୍ଷୀ ଗଣନା ସରିବା ଯାଏ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳ ବନ୍ଦ ରହିବ। ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ଆକଳନ କରିଛି।

Leave A Reply

Your email address will not be published.