କଟକରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଲେ ୫-ଟି ଅଧ୍ୟକ୍ଷ

ଓଏଲ୍ ବ୍ୟୁରୋ: କଟକରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସାମିଲ ହୋଇଛି। ବାଲିଯାତ୍ରା ତଳ ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଟକର ୧୨୮ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ମୂଳ ମନ୍ତ୍ର। ପାଠପଢ଼ା ସହ ବ୍ୟକ୍ତିତ୍ବର ବିକାଶ କରିବାକୁ ପଡ଼ିବ। ଆତ୍ମବିଶ୍ବାସ ଥିଲେ ସଫଳତା ମିଳିବ ବୋଲି କଟକରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି।