Odisha Link
Bridging the Missing Links in Odisha

ଇରାନର ଏୟାର ଷ୍ଟ୍ରାଇକ୍; ପାକିସ୍ତାନ ସୀମାରେ ଘନ ଘନ ମିସାଇଲ ମାଡ଼

ଓଏଲ୍‌ ବ୍ୟୁରୋ: ସର୍ଜିକାଲ ଷ୍ଟ୍ରାଇକରେ ଥରିଲା ପାକିସ୍ତାନ ସୀମା। ଜୈଶ ଅଲ-ଅଦଲ ଆତଙ୍କୀ ସଂଗଠନକୁ ଟାର୍ଗେଟ୍‌ କରି ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ କରାଯାଇଛି। ଇରାନର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରୁଥିବାରୁ ମିସାଇଲ ମାଡ଼।ବଲୋଚିସ୍ତାନରେ ଥିବା ସଂଗଠନର ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଏୟାର ଷ୍ଟ୍ରାଇକ୍‌ରେ ୨ ଶିଶୁଙ୍କ ପ୍ରାଣ ଚାଲିଯାଇଥିବାବେଳେ ୩ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ମଙ୍ଗଳବାର ବେଲୁଚିସ୍ତାନ ପଜଂଗୁର ଇଲାକାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ଏହି ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି। ଜୈଶ ଅଲ ଅଦଲ ପକ୍ଷରୁ ଇରାକ ଓ ସିରିଆ ଉପରେ ମିଶାଇଲ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଆକ୍ରମଣ କରାଯାଇଛି। ଏହି ସର୍ଜିକାଲ ଷ୍ଟ୍ରାଇକରେ ଘନ ଘନ ମିସାଇଲ ମାଡ଼ରେ ୩ ଆତଙ୍କୀ ଆଡ୍ଡା ସମ୍ପ୍ରୂ୍ଣ୍ଣ ଧ୍ୱଂସ ହୋଇଥିବା ଇରାନ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଛି।

Leave A Reply

Your email address will not be published.