Odisha Link
Bridging the Missing Links in Odisha

ଉତ୍ସବ ମୁଖର ଜଗନ୍ନାଥ ଧାମ: ଶିଳ୍ପୀଙ୍କ ବାଲୁକା କଳାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ୩ ଦିନ ଧରି ଚାଲିଛି ମହାଯଜ୍ଞ। ଶିଳ୍ପୀଙ୍କ ବାଲୁକା କଳାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ମଧ୍ୟ ଦେଖିବାକୁ ମିଳିଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ବାଲୁକା କଲା ଆଙ୍କିଛନ୍ତି।

ଅନ୍ୟପଟେ, ମନ୍ତ୍ରଧ୍ବନୀରେ କମ୍ପୁଛି ଶ୍ରୀକ୍ଷେତ୍ର। ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ରାଜା ଗଜପତି। ୧୦ରୁ ୧୧ଟା ଭିତରେ ସବୁ ଅତିଥି ଆସି ପୁରୀ ପହଞ୍ଚିବେ। ହେଲିପ୍ୟାଡରେ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ର ପହଞ୍ଚିବେ। ଶ୍ରୀସେତୁ ଓ ଶ୍ରୀମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଜି ମହାଯଜ୍ଞର ଶେଷ ଦିନ। ଶ୍ରୀମନ୍ଦିର ଚାରିଦ୍ୱାର ଋଗ, ସାମ, ଯର୍ଜୁ ଓ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହୋଇଛି। ନିର୍ଦ୍ଦାରିତ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀକ୍ଷେତ୍ରରେ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଯଜ୍ଞ ଲାଗି ପୂଜାର୍ଚ୍ଚନା ଚାଲିଛି।

Leave A Reply

Your email address will not be published.