Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ମଦ ବିକ୍ରିରେ କଟକଣା: ଦୁଇ ଦିନ ବନ୍ଦ ରହିବ ମଦ ଦୋକାନ

ଓଏଲ୍‌ ବ୍ୟୁରୋ: ଆଜି ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ। ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଉତ୍ସବ ମୁଖର ହୋଇଛି ପୁରପଲ୍ଲୀ। ତେବେ ଏହା ପରେ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାର ରାମମନ୍ଦିର ଲୋକାର୍ପଣ ହେବ। ତେବେ ଆଜି ଜାନୁଆରି ୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ମଦ ବିକ୍ରି ବନ୍ଦ କରାଯାଇଛି। ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ଓ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ, ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ୩ ଦିନ ଧରି ଚାଲିଛି ମହାଯଜ୍ଞ। ମନ୍ତ୍ରଧ୍ବନୀରେ କମ୍ପୁଛି ଶ୍ରୀକ୍ଷେତ୍ର। ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ରାଜା ଗଜପତି। ଆଉ କିଛି ସମୟ ପରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ।

Leave A Reply

Your email address will not be published.