Odisha Link
Bridging the Missing Links in Odisha

ଆଉ ଅଳ୍ପ ଦିନର ଅପେକ୍ଷା; ଅଯୋଧ୍ୟାରେ ବିରାଜମାନ ହେବେ ରାମଲାଲ

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ହୋମ ଯଜ୍ଞରେ କମ୍ପୂଛି ଅଯୋଧ୍ୟା ନଗରୀ। ଆଜି ଦ୍ୱିତୀୟ ଦିନରେ ରାମ ଲାଲା ମନ୍ଦିରରେ ପ୍ରବେଶ କରିବେ। ଏହା ପରେ ତାଙ୍କୁ ରାମ ଜନ୍ମଭୂମୀ ଭ୍ରମଣ କରାଯିବ ବୋଲି ସୂଚନା ରହିଛି।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ କମିଟି ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି। ପ୍ରାଣ ପ୍ରତିଷ୍ଠାର ସମସ୍ତ ପ୍ରକାର ରୀତିନୀତି ନେଇ ଦେଲେ ସୂଚନା ଦେଇଛନ୍ତି। ସାଂସ୍କୃତିକ ପରମ୍ପରା ସହ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ। ଆଉ ୫ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି। ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି।

ବିଚାରପତି, ବୈଜ୍ଞାନିକ, ସୈନିକ ଓ ଅନ୍ୟାନ୍ୟ ବର୍ଗଙ୍କୁ ନିମନ୍ତ୍ରଣ କରାଯାଇଛି। ୨ ତାରିଖ ଅପରାହ୍ନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହେବ। ଅପରାହ୍ନ ୧ଟା ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି। ଜାନୁଆରୀ ୧୯ରୁ ଲକ୍ଷ୍ନୌରୁ ଅଯୋଧ୍ୟା ହେଲିକପ୍ଟର ସେବା ଚାଲିବ। ଅଯୋଧ୍ୟା ଆଖପାଖର ବିମାନବନ୍ଦର ସହ ମଧ୍ୟ ଆଲୋଚନା ହେବ। ପ୍ରାୟ ୧୦୦ଟି ବିମାନ ଆସିବା ନେଇ ଆମ ପାଖରେ ସୂଚନା ପହଞ୍ଚିଛି। ସ୍ୱତନ୍ତ୍ର ବିମାନ ସହ ନିୟମିତ ବିମାନର ଉଡ଼ାଣ ମଧ୍ୟ ଜାରି ରହିବ। ୫୬ଟି ଦେଶରୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି କମିଟି ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି।

ଅଯୋଧ୍ୟା ଶ୍ରୀରାମ ମନ୍ଦିର ସମ୍ମୁଖରେ ଗରୁଡ଼-ହନୁମାନ-ଗଜ ଏବଂ ସିଂହଙ୍କ ପ୍ରତିମା ସ୍ଥାପନ ହୋଇଛି। ଏହି ପ୍ରତିମାଗୁଡ଼ିକୁ ରାଜସ୍ଥାନର ବଂଶୀ ପାହାଡ଼ପୁରର ଗୋଲାପି ରଙ୍ଗର ଏକ ସ୍ୱତନ୍ତ୍ର ପଥରରେ ତିଆରି କରାଯାଇଛି। ପୌଷମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ କରାଯିବ।

ଅନ୍ୟପଟେ, ଅଯୋଧ୍ୟାରେ ଚୂଡ଼ାନ୍ତ ହେଲା ରାମଲାଲାଙ୍କ ବିଗ୍ରହ। ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଚୂଡ଼ାନ୍ତ। ପ୍ରଭୁ ରାମଙ୍କ ୩ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ଚୂଡ଼ାନ୍ତ ହେଲା। ଏନେଇ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଏହାରି ଭିତରେ ଶିଳ୍ପୀମାନେ ମଧ୍ୟ ନିର୍ମାଣ କାମ ବେଶ ଧୁମ୍ ଧାମରେ କରୁଛନ୍ତି।

Leave A Reply

Your email address will not be published.