Odisha Link
Bridging the Missing Links in Odisha

ନାଟମଣ୍ଡପ ମରାମତି ମାମଲା: ସତ୍ୟପାଠ ଦାଖଲ କରିବାକୁ ଏଏସ୍‌ଆଇଙ୍କୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ନାଟମଣ୍ଡପ ମରାମତିକୁ ନେଇ ପୂର୍ବରୁ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ୧୦ ତାରିଖରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଆମିକସ୍‌କ୍ୟୁରି ଅବଗତ କରାଇଛନ୍ତି। ଏପ୍ରିଲ ୩୦ ସୁଦ୍ଧା କାମ ସାରିବା ନେଇ ଆମିକସକ୍ୟୁରିଙ୍କୁ ମୌଖିକ ଅବଗତି କରାଯାଇଛି। ଏନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନା ଅନୁସାରେ, ନାଟମଣ୍ଡପ ମରାମତି ଆରମ୍ଭ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍‌ କ୍ୟୁରି ମରାମତି କାମର ଅନୁଧ୍ୟାନ କରିବେ। ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଆମିକସ୍‌ କ୍ୟୁରି ରିପୋର୍ଟ ଦେବେ।

Leave A Reply

Your email address will not be published.