Odisha Link
Bridging the Missing Links in Odisha

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ଚତୁର୍ଥ ଦିନ; କଂସର ରାଜୁତିରେ କମ୍ପୁଛି ରଙ୍ଗମଞ୍ଚ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଗତ ୧୫ ତାରିଖରୁ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହୋଇଛି। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କଂସଙ୍କ ଶାସନରେ ଦୁଲୁକିଲା ବରଗଡ଼। ୧୧ ଦିନ ଧିର ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ତେବେ ଆଜି ଧନୁଯାତ୍ରାର ଚତୁର୍ଥ ଦିନ। ତୃତୀୟ ଦିନରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡିବାବେଳେ କଂସ ହାତରୁ ଶିଶୁକନ୍ୟାଟି ଅନ୍ତର୍ଧ୍ୟାନ ହୋଇଯାଉଛି ଏବଂ ଶୂନ୍ୟ ମହାକାଶରେ କହିଛନ୍ତି ଦୈଵବାଣୀ “ରେ କଂସ ତତେ ମାରିବ ଯିଏ ଗୋପରେ ବଢୁଛି ସିଏ”।

ସେପଟେ ଗୋପରେ ପହଞ୍ଚିଛନ୍ତି ଭଗବାନ ଶ୍ରୀକୃଷ୍ଣ। କଂସ ମହାରାଜ କାରଗାରକୁ ଯାଇ ଦେବକୀଙ୍କ ଅଷ୍ଟମ ଗର୍ଭରେ କନ୍ୟା ସନ୍ତାନ ଜନ୍ମ ହୋଇଥିବା ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ତେବେ ଦୈବୀବାଣୀ ସତ ହେବା ଭୟରେ ମାଆ କୋଳରୁ ବିଜୁଳିକନ୍ୟାଙ୍କୁ ଆଣି ପାଷାଣରେ ଛେଚି ହତ୍ୟା କରିବାକୁ ଉଦ୍ୟମ କରିବାରୁ ହାତରୁ ଖସିଯାଇ ଦୈବୀ ରୂପରେ ପ୍ରକଟ ହୋଇଛନ୍ତି ବିଜୁଳିକନ୍ୟା। କଂସର ମୃତ୍ୟୁ ଗୋପରେ ବଢୁଛି କହି ଅନ୍ତର୍ଧ୍ୟାନ ହୋଇଛନ୍ତି।

ସୂଚନା ଅନୁସାରେ, ପୂର୍ବ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେଉଥିଲା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ହୋଇଥିଲା। କରୋନା ମହାମାରୀ କାରଣରୁ ୨ବର୍ଷ ବନ୍ଦ ଥିଲା ଧନୁଯାତ୍ରା। ତେବେ ପୂର୍ବ ବର୍ଷ ଧନୁଯାତ୍ରା ଆରମ୍ଭ ହୋଇଯାଇଥିଲା।

Leave A Reply

Your email address will not be published.