Odisha Link
Bridging the Missing Links in Odisha

ଏଣିକି ସହଜ ହେବ ରକ୍ତ ଯୋଗାଣ; ଭୁବନେଶ୍ୱର ଏମ୍ସ ପକ୍ଷରୁ ଆରମ୍ଭ ହେଲା ଡ୍ରୋନ ସେବା

ଓଏଲ୍‌ ବ୍ୟୁରୋ: ଏଣିକି ସହଜ ହେବ ରକ୍ତ ଯୋଗାଣ। ଭୁବନେଶ୍ୱର ଏମ୍ସରୁ ପରୀକ୍ଷା ମୂଳକ ପ୍ରଥମ ଥର ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ନେଇ ଡ୍ରୋନ ସେବା ଆରମ୍ଭ କରାଯାଇଛି। ଏହି ଡ୍ରୋନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରୋନ ପହଞ୍ଚିଲା। ୭୦ କିଲୋମିଟର ପାଇଁ ୩୫ ମିନଟ ସମୟ ଲାଗୁଛି। ତେବେ ଡ୍ରୋନ ସେବା ଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିପାରିବ ବୋଲି ଆଶା ପୋଷଣ କରାଯାଉଛି।