Odisha Link
Bridging the Missing Links in Odisha

କଂଗ୍ରେସରୁ ଇସ୍ତଫା ଦେଲେ ବରଗଡ଼ର ପୂର୍ବତନ ବିଧାୟକ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏହାରି ମଧ୍ୟରେ ନେତା ମାନଙ୍କ ଦଳଡିଆଁ ପର୍ବ ଚାଲିଛି।

ତେବେ ଆଜି କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ। ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇସ୍ତଫା ପତ୍ର ପଠାଇଲେ। କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନି, ତେଣୁ ଇସ୍ତଫା ଦେଲି ବୋଲି ପୂର୍ବତନ ବିଧାୟକ ନିହାର ମହାନନ୍ଦ କହିଛନ୍ତି।