Odisha Link
Bridging the Missing Links in Odisha

ଏଣିକି ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର

ଓଏଲ୍‌ ବ୍ୟୁରୋ: ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର। ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କି। ଆସନ୍ତାକାଲି ଏହି ରାଙ୍କିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିବେ। ରାଜ୍ୟର ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ।

ଆସନ୍ତାକାଲି ଲୋକସେବା ଭବନରେ ଆୟୋଜିତ ହେବାକୁ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କୁ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯିବ। କୋଭିଡ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଥିବା ଡାକ୍ତର, ନର୍ସ, ଲାବ୍ ଟେକ୍ନିସିଆନ, ହସ୍ପିଟାଲ ସମେତ ବିଭିନ୍ନ ବର୍ଗରେ ମୋଟ ୧୫୩ଟି ପୁରସ୍କାର ଦିଆଯିଵ।

Leave A Reply

Your email address will not be published.