ଭୁବନେଶ୍ୱରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମା’ ଆହତ, ଯୁବତୀଙ୍କ ଉପରେ ଚଢ଼ିଗଲା ବସ୍

ଓଏଲ୍ ବ୍ୟୁରୋ: ଖଣ୍ଡଗିରି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଖଣ୍ଡଗିରି ଛକରେ ଯୁବତୀଙ୍କ ଉପରେ ଚଢ଼ିଗଲା ବସ୍। ରାସ୍ତା ପାରି ହେଲା ବେଳେ ବାଇକ୍ ଧକ୍କା ଦେଇଥିଲା। ବାଇକ୍ ଧକ୍କାରେ ପଡ଼ିଯିବା ପରେ ଚଢ଼ିଗଲା ବସ୍। ଏହା ପରେ ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଯୁବତୀଙ୍କ ସହ ଯୁବତୀଙ୍କ ମା ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।