Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥାକୁ ଧରିଲା ଏଆଇ; ତ୍ରୁଟି ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରର ଅବ୍ୟବସ୍ଥାକୁ ଧରିଲା ଏଆଇ। କିଛି କେନ୍ଦ୍ରରେ ଡେସ୍କ ବେଞ୍ଚ ଅବ୍ୟବସ୍ଥିତ ଥିବା ଏଆଇ ଦ୍ୱାରା ଠାବ ହୋଇଛି। ତେବେ ପରୀକ୍ଷା କେନ୍ଦ୍ରର ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି ହେବ। ଯାଞ୍ଚ ସଠିକ ହୋଇ ନଥିବା ଏଆଇରୁ ଜାଣିଲା ବୋର୍ଡ। ଯାଞ୍ଚ କଡ଼ାକଡ଼ି କରିବାକୁ ଡିଇଓଙ୍କୁ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆଯାଇଛି। ତ୍ରୁଟି ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଚଳିତବର୍ଷ ପରିକ୍ଷାରେ କପି ରୋକିବାକୁ ଅଭିନବ ପ୍ରୟାସ କରାଯାଇଛି।

ସୂଚନା ଅନୁସାରେ, ଦେଶର ପ୍ରଥମ ବୋର୍ଡ ଭାବେ ଏଆଇ ଲାଗୁ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ହଲରେ ବ୍ୟତିକ୍ରମ ଚିହ୍ନଟ କରି କଣ୍ଟ୍ରଲ ରୁମ୍‌କୁ ଆଲର୍ଟ ଦେବ। ଏଆଇ ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର। ପରୀକ୍ଷା କେନ୍ଦ୍ରର ଗେଟରେ ଚଳପ୍ରଚଳ ଠାବ କରିବ। ପରୀକ୍ଷା ହଲରେ ଡେସ୍କ ଓ ବେଞ୍ଚ ଠିକ୍ ନଥିଲେ ଧରିବ। ସିସିଟିଭି ଟାମ୍ପର ଓ ଅଫଲାଇନ ହେଲେ ଏଆଇ ଧରିବ।

ଇନଭିଜିଲେଟର ହଲରେ ନବୁଲିଲେ ଏଆଇ ଧରିବ। ପ୍ରଶ୍ନପତ୍ର ଖୋଲିବା ରୁମରେ ଅଧିକ ଲୋକ ରହିଲେ ଧରିବ। ପରୀକ୍ଷା ହଲରେ ବିଶୃଙ୍ଖଳା ହେଲେ ଏଆଇ ଧରିବ। ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ଧରିବା ସହ ଦୀର୍ଘ ସମୟ ଧରି ସିସିଟିଭି ଅକାମି ରହିଲେ ଏଆଇ ନଜର ରଖିବ।

ଚଳିତ ବର୍ଷ ମାଟ୍ରିକ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ସେହିଭଳି ପରୀକ୍ଷାକୁ ସ୍ୱଚ୍ଛଳ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି। ଏହା ସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଯୋଗେ ସିଧାପ୍ରସାରଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ୨୦ ତାରିଖରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ରହିଛି। ୨୯୯୧ କେନ୍ଦ୍ରରେ ୫ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ। ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.