Odisha Link
Bridging the Missing Links in Odisha

ଆସନ୍ତାକାଲିଠୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ; ଦର୍ଶନ ପାଇଁ ସ୍ଵତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍‌ ମରାମତି କାମ ଆରମ୍ଭ ହେବ। ଏଏସ୍‌ଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି। ଦିନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ କାମ ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ ସାରିବା ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ଅସୁବିଧା ହେବ ନାହିଁ। କୌଣସି ଅଘଟଣ ହେଲେ, ସ୍ଥିତି ଦେଖି ସମସ୍ତ ସହଯୋଗରେ କାମ ଚାଲିବ।

ସୂଚନା ଅନୁସାରେ, ପ୍ରତ୍ନତତ୍ତ୍ୱ ବିଭାଗ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ନାଟମଣ୍ଡପ (ଗରୁଡ଼ ସ୍ତମ୍ଭ ଓ ବାହାର କାଠ ଥିବା ମଣ୍ଡପ) ର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି। ଏହି କାରଣରୁ ବାରମ୍ବାର ନାଟମଣ୍ଡପରୁ ବାରମ୍ବାର ପଥର ଖସୁଥିବାର ଦୃଷ୍ଟିଗୋଚର ହେଉଛି। ଏହାର ଯଥାଶୀଘ୍ର ମରାମତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି ଯେ, ଆସନ୍ତାକାଲି ଠାରୁ ଅଧାରେ ସ୍ଥଗିତ ଥିବା ନାଟମଣ୍ଡପର ମରାମତି ଆରମ୍ଭ ହେବ।

ଆସନ୍ତା ମାର୍ଚ୍ଚ ୧୯ ଭିତରେ କାମ ସାରିବାକୁ ଏସଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଦିନ ଦିବା ୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ଯାଏଁ ମରାମତି କାମ ହେବ। ଆସୁଥିବା ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ଵତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ ହୋଇଅଛି। ରାତ୍ର ୨ ଘଟିକାରୁ ଦ୍ଵାରଫିଟା ହୋଇ ଦିବା ୧ ଘଟିକା ସୁଦ୍ଧା ପଛ ଭଅଣ୍ଡ (ଦ୍ଵିତୀୟ ଭୋଗମଣ୍ଡପ ପୂଜା) ଉଠି ବରାଦି ମହାପ୍ରସାଦ ବାହାରିବ। ଯେଉଁ ଦିନ ବିଶେଷ ନୀତି ରହିବ , ମରାମତି କାମକୁ ସାମାନ୍ୟ ସଙ୍କୁଚିତ କରାଯିବ।

Leave A Reply

Your email address will not be published.