ଟ୍ରେନରେ ଲାଗିଲା ନିଆଁ; ହୁତୁହୁତୁ ହୋଇ ଜଳିଲା ଇଞ୍ଜିନ
ଓଏଲ୍ ବ୍ୟୁରୋ: ଗୋବିନ୍ଦପୁର ଷ୍ଟେସନ ନିକଟରେ ଅଘଟଣ ହୋଇଥିବାବେଳେ ଖବର ସାମ୍ନାକୁ ଆସିଛି। ଏକ ରେଳ ବଗିରେ ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି। ହୁତୁହୁତୁ ହୋଇ ଇଞ୍ଜିନ ଜଳିଯାଇଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିବା ଅନୁମାନ କରାଯାଉଛି।