ମିଶ୍ରଣ ପର୍ବ: ବିଜେଡ଼ିରେ ମିଶିଲେ ୪ ବିଜେପି କର୍ପୋରେଟର

ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନକୁ ମଝିରେ ଆଉ ଏକ ମାସ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ନହୋଇଥିବା ବେଳେ ଓଡ଼ିଶା ରାଜନୀତି ସରଗରମ।
ଏହାରି ମଧ୍ୟରେ ବିଜେଡ଼ିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର। ରଞ୍ଜିତା ବେହେରା, ଡି. କରୁଣା କର, ପ୍ରଦୀପ ଶତପଥୀ ଏବଂ ନୀଳକଣ୍ଠ ସାହୁ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେପିରେ ଅଣଦେଖା ଯୋଗୁ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।