ଲୋକସେବା ଭବନ ଘେରାଉ ଅଭିମୁଖେ କଂଗ୍ରେସ: ପୁଲିସ ଏବଂ କଂଗ୍ରେସ କର୍ମୀ ମୁହାଁମୁହିଁ

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ କଂଗ୍ରେସ କର୍ମୀ ଏବଂ ପୁଲିସ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। କଂଗ୍ରେସ ଲୋକସେବା ଭବନ ଘେରାଉ ପାଇଁ ଗଲା ବେଳେ ମୁହାଁମୁହିଁ ହୋଇଥିବାବେଳେ କଂଗ୍ରେସ ଭବନରୁ ବାହାରିଥିବା ରାଲିକୁ ବାଟରେ ଅଟକାଇଲା ପୁଲିସ। ଏହି ରାଲିରେ ପିସିସି ପ୍ରଭାରୀ, ସଭାପତିଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ରହିଛନ୍ତି। ପୁଲିସ ବ୍ୟାରିକେଡକୁ ଡେଇଁବା ପାଇଁ କଂଗ୍ରେସ କର୍ମୀ ଉଦ୍ୟମ ଜାରି ରଖିଛନ୍ତି। ଯାହା ଦ୍ୱାରା ପୁଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଛି।