Odisha Link
Bridging the Missing Links in Odisha

ଲଗାତାର ୧୭ ଥର ଟେଷ୍ଟ ସିରିଜ ଦଖଲ କଲା ଭାରତ, ଧୋନିଙ୍କଠୁ ଆରମ୍ଭ ହୋଇଥିଲା ଯାତ୍ରା…

ଓଏଲ୍‌ ବ୍ୟୁରୋ: ଭାରତ-ଇଂଲଣ୍ଡ ୫ଟିକିଆ ଟେଷ୍ଟ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ। ଶେଷ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ୩-୧ରେ ସିରିଜକୁ ହାତେଇ ନେଇଛି। ୨୦୧୨-୧୩ ମସିହାରୁ ଟିମ୍‌ ଇଣ୍ଡିଆ ଭାରତୀୟ ମାଟିରେ ଗୋଟିଏ ବି ଟେଷ୍ଟ ସିରିଜ ହାରି ନାହିଁ। ଏଥିସହିତ ଭାରତ ଲାଗାତାର ୧୭ ଥର ପାଇଁ ଟେଷ୍ଟ ସିରିଜ ଜିତିଛି।

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତକୁ ବଡ଼ ବିଜୟ। ୫ ଓ୍ବିକେଟରେ ମ୍ୟେଚ୍‌ ଜିତିବା ସହିତ ସିରିଜ ଦଖଲ କଲା ଭାରତ। ଦ୍ବିତୀୟ ଇନିଂସରେ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ଭାରତ ମ୍ୟାଚଟିକୁ ଜିତି ନେଇଛି।

୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଆଜି ଖେଳ ଆରମ୍ଭରୁ ସହଳ ୱିକେଟ ହରାଇ ସଙ୍କଟରେ ପଡିଥିଲା। ରୋହିତ ଅର୍ଦ୍ଧଶତକ କରି ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ତେବେ ଧ୍ରୁବ ଓ ଶୁଭମନ ଗିଲ ଭାରତର ଇନିଂସକୁ ସମ୍ଭାଳିଥିଲେ। ଉଭୟ ବେଶ ସର୍ତକତାର ସହ ବ୍ୟାଟିଂ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ ଓ ଧ୍ରୁବ ଯଥାକ୍ରମେ ୫୨ ଓ ୩୯ ରନ୍ କରିଥିଲେ।

Leave A Reply

Your email address will not be published.