୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ: ଭିସି ଯୋଗେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଚାଷ ଜମିକୁ ଉର୍ବରତାରେ ସହାୟକ ହେଉଥିବା ଜଳାଶୟକୁ ଉନ୍ନତ କରିବା ପାଇଁ ବ୍ୟବସ୍ତା କରାଯାଉଛି। ତେବେ ଆଜି ୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୬ଟି ସହରରେ ପ୍ରାକୃତିକ ଉପାୟରେ ପୋଖରୀର ରୂପାନ୍ତରଣ କରାଯିବ।
୩୨୯ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ହେବ। କାର୍ଯ୍ୟାଦେଶ ବଣ୍ଟନ ସହ ଚୁକ୍ତିନାମା ସ୍ବାକ୍ଷର ସମାରୋହ କରାଯିବ। ଲୋକସେବା ଭବନରୁ ଭିସି ଯୋଗେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ୮୯ ପୌର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବେ।