Odisha Link
Bridging the Missing Links in Odisha

ଓଏଲ୍ଏକ୍ସରୁ ଜିନିଷ କିଣୁଥିଲେ ସାବଧାନ! ମାତିଛନ୍ତି ସାଇବର ଲୁଟେରା

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାର ଯେତିକି ସଦୁପଯୋଗ କରାଯାଉଛି ତାହା ତୁଳନାରେ ଅଧିକ ଅପବ୍ୟବହାର ହେଉଥିବା ଖବର ସାମ୍ନାକୁ ଆସୁଛି। କେତେବେଳେ ଲୁଟେରା ଅନଲାଇନରେ କୌଣସି ଲିଙ୍କ ମାଧ୍ୟମରେ ଲୁଟ କରୁଛନ୍ତି ତ କେତେବେଳେ ଫୋନ କଲ ଜରିଆରେ। ବର୍ତମାନ ଓଏଲଏକ୍ସରୁ ଜିନିଷ ବିକ୍ରି କରୁଥିବା ବିଜ୍ଞାପନ ଦେଇ ଠକେଇ କରୁଥିବା ଅଭିଯୋଗ ହୋଇଛି।

ଓଏଲଏକ୍ସରେ ବିଜ୍ଞାପନ ଦେଇ ୩୦ ହଜାର ଟଙ୍କାର ଠକେଇର ଶୀକାର ହୋଇଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ ସୁଜିତ ଦାସ। ଘର ଭଡା ଦେବା ପାଇଁ ଓଏଲଏକ୍ସରେ ବିଜ୍ଞାପନ ସୁଜିତ୍। ପରେ ତାଙ୍କର ଜଣେ ବ୍ୟକ୍ତିଙ୍କ ଭଡା ପାଇଁ ଡିଲ ହୋଇଥିଲା। ସେମାନେ ଘର ଭଡା ୧୨ ହଜାର ବଦଳରେ ଭୁଲରେ ୪୨ ହଜାର ପଠାଇଦେଇଛନ୍ତି ବୋଲି ଠକ କହିଥିଲା। ଏବଂ ବାକି ଟଙ୍କା ଫେରାଇ ଦେବାକୁ କହିଥିଲେ। ପରେ ସୁଜିତ୍ ୩୦ ହଜାର ଟଙ୍କା ଫେରାଇଦେଇଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିଲା। ପରେ ଦେଖିବାରୁ ତାଙ୍କ ଆକାଉଂଟରୁ ୩୦ ହଜାର କଟିଯାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.