Odisha Link
Bridging the Missing Links in Odisha

ପରଲୋକରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ପଙ୍କଜ ଉଧାସ

ଓଏଲ୍‌ ବ୍ୟୁରୋ: ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଲେ ପଙ୍କଜ ଉଧାସ। ତାଙ୍କ ମୃତ୍ୟୁ ଖବର ପରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ଗଜଲ ସମ୍ରାଟ୍ ପଙ୍କଜ ଉଧାସ ସଙ୍ଗୀତ ପ୍ରେମୀମାନଙ୍କ ଅତ୍ୟନ୍ତ ପ୍ରିୟ। ତାଙ୍କର ଶହ ଶହ ଗଜଲ୍ ଶୁଣି ଆଜି ବି ଶ୍ରୋତା ଖୁସି ହୁଅନ୍ତି। ଗଜଲ୍ ସମ୍ରାଟ୍ ପଙ୍କଜ ଉଧାସଙ୍କର କେତୋଟି ଲୋକପ୍ରିୟ ଗଜଲ୍ ହେଲା- ‘ଘୁଂଘଟ୍ କୋ ମତ୍ ଖୋଲ କି ଗୋରୀ ଘୁଂଘଟ୍ ହେ ଅନ୍‌ମୋଲ୍…’, ‘ଚୁପ୍‌କେ ଚୁପ୍‌କେ ରାତ୍‌ ଦିନ୍‌’, ‘କୁଛ୍‌ ନା କହୋ କୁଛ୍‌ ଭି ନା କହୋ…’, ‘ଦୁଇ ମହଙ୍ଗା ବହୁତ୍‌ ହି ଶରାବ୍‌..ଥୋଡ଼ି ଥୋଡ଼ି ପିୟା କରୋ…’ ଆଦି।

ଗଜଲ୍ ସମ୍ରାଟ୍ ପଙ୍କଜ ଉଧାସ କେତୋଟି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି। ସେଥିମଧ୍ୟରୁ ଗଜଲ ସମ୍ରାଟ୍ ପଙ୍କଜ ଉଧାସଙ୍କର ଗୋଟିଏ ଗୀତ ସବୁଠାରୁ ଅଧିକ ଲୋକପ୍ରିୟ। ତାହା ହେଲା ‘ଚିଠି ଆୟି ହେ ଆୟି ହେ ଚିଠି ଆୟି ହେ’, ‘ବଡ଼େ ଦିନୋଁ କେ ବାଦ୍ ହମ୍ ବତନୋଁ କା ୟାଦ୍’। ଏହି ଗୀତ କେବଳ ସାଧାରଣ ସଙ୍ଗୀତ ପ୍ରେମୀଙ୍କୁ ଯେ ଭଲ ଲାଗିଥିଲା, ତା ନୁହେଁ, ବଲିଉଡର ପ୍ରଥମ ସୋ’ ମ୍ୟାନ୍ ରାଜ କପୁରଙ୍କ ଆଖିରୁ ବି ଲୁହ ଝରାଇଥିଲା।

Leave A Reply

Your email address will not be published.