ରାଜ୍ୟରେ ୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ: ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଲୋକଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ଉନ୍ନତି ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ୧୬ଟି ସହରରେ ୮୬ଟି ଜଳାଶୟ ରୂପାନ୍ତରଣ କରାଯାଉଛି। ଚାଷ ଜମିକୁ ଉର୍ବରତାରେ ସହାୟକ ହେଉଥିବା ଜଳାଶୟକୁ ଉନ୍ନତ କରିବା ପାଇଁ ବ୍ୟବସ୍ତା କରାଯାଉଛି। ତେବେ ଆଜି ୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ୧୬ଟି ସହରରେ ପ୍ରାକୃତିକ ଉପାୟରେ ପୋଖରୀର ରୂପାନ୍ତରଣ କରାଯାଉଛି।
୩୨୯ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। କାର୍ଯ୍ୟାଦେଶ ବଣ୍ଟନ ସହ ଚୁକ୍ତିନାମା ସ୍ବାକ୍ଷର ସମାରୋହ ହୋଇଛି। ଲୋକସେବା ଭବନରୁ ଭିସି ଯୋଗେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୮୯ ପୌର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।