ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବୃଦ୍ଧି ପାଇଲା ଲ’ ଅଫିସରଙ୍କ ଦୈନିକ ଦେୟ

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ଅଣ-କାଡର ଲ କର୍ମଚାରୀ ମାନଙ୍କର ଦୈନିକ ଓ ରିଟେନର ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ କର୍ମଚାରୀ ଉପକୃତ ହେବେ। କାର୍ଯ୍ୟରତ ୧୮୪ ଅତିରିକ୍ତ ସରକାରୀ ଓକିଲଙ୍କ ଫି’ ୫୦ ପ୍ରତିଶତ ବୃଦ୍ଧି। ଦୈନିକ ଫି’ ୧୨୫୦ ଟଙ୍କାରୁ ୧୮୭୫ ଟଙ୍କାକୁ ବୃଦ୍ଧି ପାଇଛି। ରିଟେନର ଫି’ ୮,୨୦୦ରୁ ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
୭୪୦ ସହକାରୀ ସରକାରୀ ଓକିଲଙ୍କ ଦୈନିକ ଫି’ ୧୬୫୦କୁ ବୃଦ୍ଧି କରାଯାଇଛି। ସହକାରୀ ସରକାରୀ ଓକିଲଙ୍କ ରିଟେନର ଫି’ ୬ ହଜାରକୁ ବୃଦ୍ଧି କରାଯାଇଛି। ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟରଙ୍କ ଫି’ ୧୮୭୫କୁ ବୃଦ୍ଧି କରାଯାଇଛି। ରିଟେନର ଫି’ ୮,୨୦୦ରୁ ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।