Odisha Link
Bridging the Missing Links in Odisha

ନବୀନ ନିବାସରେ ଭିଡ଼; ଛୁଟୁଛି କୃତଜ୍ଞତାର ସୁଅ

ଓଏଲ୍‌ ବ୍ୟୁରୋ: ନବୀନ ନିବାସରେ ଜମିଛି ଭିଡ଼। ଛୁଟୁଛି କୃତଜ୍ଞତାର ସୁଅ। ୩୫ଟି ନୂଆ ଏନଏସି ଗଠନ ଓ ପାଞ୍ଚ ଏନଏସିକୁ ମ୍ଯୁନିସିପାଲିଟିକୁ ଉନ୍ନୀତ କରିଛନ୍ତି ରାଜ୍ୟ ସରକାର। ଏହା ପରେ ନବୀନ ନିବାସରେ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷକୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପଟେ, ଅଣ-କାଡର ଲ କର୍ମଚାରୀ ମାନଙ୍କର ଦୈନିକ ଓ ରିଟେନର ଫି’ ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ କର୍ମଚାରୀ ଉପକୃତ ହେବେ। କାର୍ଯ୍ୟରତ ୧୮୪ ଅତିରିକ୍ତ ସରକାରୀ ଓକିଲଙ୍କ ଫି’ ୫୦ ପ୍ରତିଶତ ବୃଦ୍ଧି। ଦୈନିକ ଫି’ ୧୨୫୦ ଟଙ୍କାରୁ ୧୮୭୫ ଟଙ୍କାକୁ ବୃଦ୍ଧି ପାଇଛି। ରିଟେନର ଫି’ ୮,୨୦୦ରୁ ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହା ସହ ଓଟିଇଟି ପାସ କରିଥିବା ଗଣଶିକ୍ଷକ ମାନଙ୍କୁ ଶିକ୍ଷକ (ଏକ୍ସ କ୍ୟାଡର) ଭାବରେ ନିୟମିତ କରାଯିବ। ଏହାଦ୍ୱାରା ରାଜ୍ୟର ୧୪୭୨ ଗଣଶିକ୍ଷକ ଉପକୃତ ହେବେ। ସେହିପରି ଓଟିଇଟି ପାସ କରିନଥିବା ଗଣଶିକ୍ଷକ ମାନଙ୍କ ମାସିକ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେବେ।

ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା। ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା। ଏହା ଦ୍ୱାରା ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷକୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.