କଲରାପତରିଆ ସଂଖ୍ୟାକୁ ନେଇ ବଢୁଛି ଚିନ୍ତା; ମେ’ରୁ ଆରମ୍ଭ ହେବ ବାଘ ଗଣନା

ଓଏଲ୍ ବ୍ୟୁରୋ: କଲରାପତରିଆ ବାଘ ସଂଖ୍ୟାକୁ ନେଇ ଚିନ୍ତା ବଢୁଛି। ମେ’ରୁ ରାଜ୍ୟ ସରକାରଙ୍କ କଲରାପତରିଆ ବାଘ ଗଣନା କରାଯିବ। ଏନଟିସିଏ ରିପୋର୍ଟରେ ବାଘ ସଂଖ୍ୟା କମିବା ପରେ ବନ ବିଭାଗ ନିଷ୍ପତ୍ତି ନେଇଛି। ଏନଟିସିଏ ରିପୋର୍ଟ ତର୍ଜମା କରାଯାଉଛି, ସେଥିରେ ତ୍ରୁଟି ଥିବା ଜଣାପଡ଼ୁଛି ବୋଲି ପିସିସିଏଫ୍ କହିଛନ୍ତି। ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ ବୋଲି ପିସିସିଏଫ୍ କହିଛନ୍ତି। ବହୁତ କମ୍ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଛି।