Odisha Link
Bridging the Missing Links in Odisha

ସିଦ୍ଧାନ୍ତଙ୍କୁ ଟାର୍ଗେଟ କଲେ ମୁନ୍ନା ଖାଁ; କହିଲେ-ବିଜେଡିର ଦୟାରେ ଥିଲେ ୨ ନେତା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଭର୍ତ୍ତୃହରି ମହତାବ। ଏନେଇ ସେ ନିଜେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ପରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ପୂର୍ବତନ ସାଂସଦ ଓ ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମ ସମ୍ମାନରେ ସମ୍ମାନିତ ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହା ପରେ ମୁନ୍ନା ଖାଁ ୨ ନେତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେଡିର ଦୟାରେ ଥିଲେ ୨ ନେତା। ଓଡିଶାର କଥା ସଂସଦରେ ଉଠାଇନାହାନ୍ତି ବୋଲି ସେ ଟାର୍ଗେଟ କରିଛନ୍ତି।