Odisha Link
Bridging the Missing Links in Odisha

ଟିକେଟ୍ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ଲୋକସଭା ଓ ବିଧାନସଭା ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ସରଗରମ ହେବ ପ୍ରଚାର ମଇଦାନ। ପ୍ରକାଶ ପାଇଛି ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଟିକେଟ ମିଳିବା ପରେ ନବୀନ ନିବାସରେ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ଟିକେଟ୍ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଭେଟି ଆଶୀର୍ବାଦ ନେଇଛନ୍ତି।

ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଘୋଷଣା ହୋଇଥିବାବେଳେ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି। ବିଜେଡିର ଟିକେଟ୍ ଘୋଷଣା ପରେ ପୁରୀ ସଂସଦୀୟ କ୍ଷେତ୍ରର ବିଧାୟକ ପ୍ରାର୍ଥଙ୍କ ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ତେବେ ସମ୍ବଲପୁରରୁ ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଗାମୀ ନିର୍ବାଚନରେ କିଏ ବାଜି ମରିବ ତାହା ଦେଖିବାକୁ ବାକି ରହିଲା।

ଅନ୍ୟପଟେ, ସୁନ୍ଦରଗଡ ପାଇଁ ଦିଲ୍ଲୀପ ତିର୍କି, ମୟୂରଭଞ୍ଜ ପାଇଁ ସୁଦାମ ମାର୍ଣ୍ଡି, ନବରଙ୍ଗପୁର ପାଇଁ ପ୍ରଦୀପ ମାଝୀ, ଭୁବନେଶ୍ୱର ପାଇଁ ମନ୍ମଥ ରାଉତରାୟ, କୋରାପୁଟ ପାଇଁ କୌଶଲ୍ୟା ହିକ୍କା, ଆସ୍କା ପାଇଁ ରଞ୍ଜିତା ସାହୁ, କଳାହାଣ୍ଡି ପାଇଁ ଲମ୍ବୋଦର ନିଆଲଙ୍କ ନାଁ ଘୋଷଣା ହୋଇଛି। ଏହା ସହ ଭୁବନେଶ୍ୱରରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମନଥ ରାଉତରାୟ ନିର୍ବାଚନ ଲଢ଼ିବେ।

ତେବେ ରାଜଧାନୀ କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା। ତେବେ ବିଜେପି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ହୋଇଥିଲେ। ଅନୁଭବ ମହାନ୍ତି ବିଜେଡିରୁ ବାଜିମାତ କରିଥିଲେ। ତେବେ ଏଥର କେନ୍ଦ୍ରାପଡ଼ା ବାସିନ୍ଦା କାହା ଉପରେ ଭରସା କରି ମୋହର ମାରିବେ ତାହା ଦେଖିବାକୁ ବାକି ରହିଲା।

ଅନ୍ୟପଟେ, ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ବିଷମ କଟକରୁ ଲଢ଼ିବେ ଜଗନ୍ନାଥ ସାରକା, ଗୁଣୁପୁରରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଅନୁସୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରିତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ, ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ଶୁଭାସିନୀ ଜେନା, ଭଣ୍ଡାରିପୋଖରୀରୁ ସଞ୍ଜିବ ମଲ୍ଲିକ , ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଧାମନଗରରୁ ସଞ୍ଜୟ ଦାସ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିଭଳି ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଂଜନ ଘଡ଼ାଇ, ଢେଙ୍କାନାଳରୁ ସୁଧୀର କୁମାର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପଲ୍ଲାହାରରୁ ମୁକେଶ ପାଲ, ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରା, ସୋନପୁରରୁ ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାର ବେହେରା, ପାଟଣାଗଡ଼ରୁ ସରୋଜ ମେହେର, ବଲାଙ୍ଗିରରୁ କଳିକେଶ ସିଂହଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନା ନାଏକ, ଝରିଗାଁରୁ ରମେଶ ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାଏକ, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହିଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ, ବଡମ୍ବାରୁ ଦେବୀ ମିଶ୍ର ନିର୍ବାଚନ ଲଢ଼ିବେ।

ବାଙ୍କୀରୁ ଦେବୀ ତ୍ରିପାଠୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚୌଦ୍ବାର କଟକରୁ ସୌଭିକ ବିଶ୍ବାଳ, ନିଆଳିରୁ ପ୍ରମୋଦ ମଲ୍ଲିକ, କଟକ ସଦରରୁ ଚନ୍ଦ୍ରସାରଥି ବେହେରା, ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ ଦେବ, ରାଜନଗରରୁ ଧ୍ରୁବ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଂଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ, ଜଟଣୀରୁ ବିଭୂତି ବଳବନ୍ତରାୟ, ରଣପୁରରୁ ସତ୍ୟ ପ୍ରଧାନ, ଦଶପଲ୍ଲାରୁ ରମେଶ ବେହେରା, ନୟାଗଡ଼ରୁ ଅରୁଣ ସାହୁ, ଭଞ୍ଜନଗର ବିକ୍ରମ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବି ସୂର୍ଯ୍ୟ ନଗରରୁ ଲତିକା ପ୍ରଧାନ, ଛତ୍ରପୁରରୁ ସୁବାସ ବେହେରା, ସୋରଡ଼ାରୁ ସଂଘମିତ୍ରା ସ୍ବାଇଁ, ହିଂଜିଳିରୁ ନବୀନ ପଟ୍ଟନାୟକ, ଗୋପାଳପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ବିପ୍ଳବ ପାତ୍ର, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, କୋଟପଡାରୁ ଚନ୍ଦ୍ରଶେଖର ମାଝୀ, କୋରାପୁଟରୁ ରଘୁରମ ପୋଡଲ, ମାଲକାନଗିରିରୁ ମାନସ, ଘାଷିପୁରରୁଉ ବଦ୍ରି ପାତ୍ର ନିର୍ବାଚନ ଲଢ଼ିବେ।

Leave A Reply

Your email address will not be published.