Odisha Link
Bridging the Missing Links in Odisha

ଅଡ଼ୁଆରେ କେଜରିୱାଲ; ବଢ଼ିଲା ରିମାଣ୍ଡ ଅବଧି

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ବଢ଼ିଲା କେଜରିୱାଲଙ୍କ ରିମାଣ୍ଡ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରିମାଣ୍ଡ ଅବଧି ବଢ଼ିଲା। ଏପ୍ରିଲ ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ କେଜରିୱାଲ। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟ ରିମାଣ୍ଡ ବୃଦ୍ଧି କରିଛନ୍ତି।

ସୂଚନା ଅନୁସାରେ, ୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଇଡି ହାଜର ହେବାକୁ ସମନ ପଠାଇଥିଲା। ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି। ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗତବର୍ଷ ଅଗଷ୍ଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା।

Leave A Reply

Your email address will not be published.